ଅଝଟ ମନ

ଦେଖନା ଏ ବଉଦ ତୋ ଅଂଚଳରେ ଗୁନ୍ଥି ହେଇ,

ବାଉଳା ନ ହେଇ ଯାଉ ଗୋ ।

        ନା ନା ନା,

        ବଉଦରେ ତୋ ପରି ସେ ସୋହାଗ ତ ନାହିଁ ।।

ଦେଖନା ଏ ଜହ୍ନ ତୋ ମଥା ବିନ୍ଦୁ ପରି,

ଏକା ନ ହେଇ ଯାଉ ଗୋ ।

         ନା ନା ନା,

         ଜହ୍ନ ପାଇଁ ମୋ ପାଶେ ସରାଗ ତ ନାହିଁ ।।

କେବେ ତ ବି ତୋ ଆଖି କୋଣରେ

କଜଳ ପରି ସଜେଇ ଦେ ମୋତେ…

         ମନ ଭରି ଦେଖୁ ଏ ଆଖି ତୋତେ,

         ଏତେ ବି କି ଜିଦି ସତେ ।।

ଦେଖନା ଏ ରଜନୀ ତାରା ସବୁ

ହାରି ହଜି ଗଲେଣି ଅଦୁର ଦିଗଂତରେ ।

          ନା ନା ନା,

          ଏ ତାରା ତୋ କାହାଣୀ ରେ ହେଜଇ ଦେଇଛୁ ଆଜି ।।

ଚାଲ କିଛି ଦୁର ମୋ ହାତ ଧରି,

ବଦମାସି କରିବନି ଯମା,

ଆସ ବସ ହାତ ଥାମି ମୋ ପାଖେ

ନଦୀର ଲହରି ଧାରେ ।

ନା ନା ନା,

ନଦୀ ଲହରିରେ ତୋ ପରି କ୍ଷୀଣତା ତ ନାହିଁ ।।

ଦେଖନା ଏ ବଉଦ ତୋ ଅଂଚଳରେ ଗୁନ୍ଥି ହେଇ,

ବାଉଳା ନ ହେଇ ଯାଉ ଗୋ ।

           ନା ନା ନା ।।

No comments yet.

Leave a comment

Your email address will not be published.