ହୃଦୟର କୁଡିଆରେ ଅଛି କିଛି ଛୋଟ ଛୋଟ ଗବାକ୍ଷୀ
ଦେଖୁଛି ସେଥିରୁ ଛୋଟ ଛୋଟ ଦୁଇଟା ପାଗଳି ଆଖୀ
ଚୀଠି ତାର ଆସେ ଗୋଲାପି ଶାହିରେ ଲେଖା ଆଉ ବାଶ ଥିଲା
କିଛି ଚୋରା ଅଭିମାନର ।
ତୋର ମୋର ଆଖୀର ଭାଶା ବୁଝେନା ଏ ଦୁନିୟା
ମାଗୁଚି ସମ୍ପର୍କର ଡୋରି ଯଉଟା ଅମାନିଆ…
ଅମାନିଆ ଏ ତୋର ମୋର ଭାଶା ଦିଆ ନିଆ…….
ଆମ ରଂଗ, କୋଉ ରଂଗ ସେ ଯେ, ଆଲୁଅ ସାଂଗେ ଲିଭିଯାଏ ଏକା ହେଇ
ଗୋଟେ ରଂଗ ତୁମେ ଆଣ, ଆଉ ଗୋଟେ ମୁଁ
କିଛି ରଂଗ ଗୋଧୂଳିର ତ କିଛି ଭୋର ସକାଳର
ଆଉ କିଛି ଅଲିଅଳୀ ନଦୀର ତ କିଛି ରହି ଯାଇଥିବା କ୍ଷଣର
ଗୋଟେ ରଂଗ ତୋ ଅଧରର ଥିବ, ଆଉ ଜୋଛନା ସଂଗେ ଝରା ତାରାର
ମାଗୁଚି ସମ୍ପର୍କର ଡୋରି ଯଉଟା ଅମାନିଆ……
ଅମାନିଆ ଏ ତୋର ମୋର ଭାଶା ଦିଆ ନିଆ…….
ମୋ ପାଖେ ତୁ ଅଛୁ, ଏବେଠୁ କେବେଠୁ, ଜଣା ନାହିଁ କେବେଠୁ
ଭାବନାର ସବାରୀରେ ତୁ ସଂଗେ ଚାଲି ଆସୁଚୁ ପାଦ ଥାପି ଥାପି,
ଗୋଟେ ହାତ ତୋରି ଆଉ ଗୋଟେ ମୋରି
ତୋର ମୋର ମଝିରେ ଦୁଇ ହାତର ଡୋରି ଏ
ମାଗୁଚି ସମ୍ପର୍କର ଡୋରି ଯଉଟା ଅମାନିଆ……
ଅମାନିଆ ଏ ତୋର ମୋର ଭାଶା ଦିଆ ନିଆ…….
No comments yet.