ଆଜି ବି ମୁଁ ଚାଲୁଚି
କିଛି ବାଟ ଆସିଚି. ଏ ଥକା ମନ
ଆଜି ବି ଚାଲୁଚି.
ରାସ୍ତା ର କଣ୍ଟା
ସବୁ ମୋ ଗହଣା ଶାଜିଚି.
ଚାଲୁଚି, ଆଜି ବି ମୁଁ ଚାଲୁଚି |
ହୃଦୟର ଅନା ବନା
କୋଣରେ ରହିଚି
କେତେ ଅଭିମାନର
ସ୍ୱପ୍ନ ଅବା ଶନ୍କା
ରାସ୍ତାର ପଥର ଗୋଡି
ମୋର ପୂରୁଣା ସାଥି
ମୋତେ ସେ ଭୁଲିଚି
ହେଲେ ଆଜିବି ସେ ମୋ ସଂଗି,
ଚାଲୁଚି, ଆଜିବି ମୁଁ ଚାଲୁଚି |
ବାଟରେ ସେ ଦେଖା
ରାସ୍ତାରେ ହସ,
ସବୁତ ମୋର ଥିଲା
ଆଜିବି ମୋର ଅଛି,
ଆଜିବି ସେ ମୋର |
ଅଭିମାନ ତା’ର,
ଆଷାଢର ମେଘ
ଫଗୁଣର ପ୍ରେମ,
ସବୁତ ମୋର ଅଛି
ହେଲେ ଆଜିବି ମୁଁ ଚାଲୁଚି||
No comments yet.