ଆଖି ଆଜି ଥକି ଯାଇଚି ବରଷା ମରଉ ଅପେକ୍ଷାରେ,
ବରଷାର ଅପେକ୍ଷାରେ, ଚାତକ ପକ୍ଷୀର ଅସୁମାରି ଆଶାରେ,
ଆଖି ଆଜି ଶୋଇ ଯାଇଚି ପଲକ କୋଣରେ ନିଦକୁ ମାରି,
ଆଉ ନିଦ ହଜି ଯାଇଚି, ବିରହର ପାଦ ସବଦରେ ।
ଏଇ ଜନ୍ହ ଆଲୁଅର ତୋରା,
ବିଞ୍ଚି ଦେଇଥିଲା ଖାଲି ଖାଲି ରାସ୍ତାରେ
ଯୋଛନାର ଭରା ରାତି ତ କେବେ ଚୋରା ପ୍ରିତି,
ସବୁରେ ରହିଚି ସେ କ୍ଷଣ ମୁହୃତ୍ତ ଭରା ରାତି ।।
.
ଆଖି ଆଜି ଥକି ଯାଇଚି ବରଷା ମରଉ ଅପେକ୍ଷାରେ,
ବରଷାର ଅପେକ୍ଷାରେ, ଚାତକ ପକ୍ଷୀର ଅସୁମାରି ଆଶାରେ,
ଆଖି ଆଜି ଶୋଇ ଯାଇଚି ପଲକ କୋଣରେ ନିଦକୁ ମାରି,
ଆଉ ନିଦ ହଜି ଯାଇଚି, ବିରହର ପାଦ ସବଦରେ ।
କିଛି କଥା ରହି ଯାଇଥିଲା, ହେଲେ କିଛି ବି ନଥିଲା,
ପଥ ହରା ବାଟୋଇ କିଏ, ରହି ରହି ଥକା ମାରୁ ଥିଲା,
ନା ତାର ବାଟରେ ଆଶା, ନା ବୁଝେ ମିଠା ଫୁଲର ଭାଷା,
ଖାଲି କରି ମନ ଅଗଣା, ଚାଲୁଚି ଅଶେଷ ରାସ୍ତା ।।
ଆଖି ଆଜି ଥକି ଯାଇଚି ବରଷା ମରଉ ଅପେକ୍ଷାରେ,
ବରଷାର ଅପେକ୍ଷାରେ, ଚାତକ ପକ୍ଷୀର ଅସୁମାରି ଆଶାରେ,
ଆଖି ଆଜି ଶୋଇ ଯାଇଚି ପଲକ କୋଣରେ ନିଦକୁ ମାରି,
ଆଉ ନିଦ ହଜି ଯାଇଚି, ବିରହର ପାଦ ସବଦରେ ।
ଆସିଯା ତ କେବେ ଶିଶିର ଅନ୍ଧାରେ,
ଜନ୍ହ ଆଲୁଅର ପସରା ମେଲି, ହୃଦୟ ଗୀତିର ପରାଗ ବୋଳି,
ପରାଣ ପଣତେ ଅଭିସାରି ।।
No comments yet.