ତୋତେ ବି ଊଷା ଜହ୍ନ ଦିଶୁଛି କି, ବଉଦ କଣରୁ,
କି ଏ ବାଦଲରେ ଭରା ନୀଳ ଆକାଶ, ତୋ ଘର ଅଗଣାରୁ ।
ତୋ ଆଖିର ଅଧା ମୁଦା ପଲକରେ, ତ କେବେ ଅଧରର ମୁରୁକି ହସରେ,
ମୋ କଥା ମନେ ପଡେ କି ସଜ ସକାଳର କାକର ବିନ୍ଦୁ ପରି,
ହଜି ଯାଏ, କଅଁଳିଆ ଖରାର ତାତିରେ, ଅଳ୍ପ ବରଷାର ଛାତିରେ ।
ତୋତେ ବି ଊଷା ଜହ୍ନ ଦିଶୁଛି କି, ବଉଦ କଣରୁ,
ତୋ ଘର ଅଗଣାରୁ ।
ଏ ମିଠା ସପନକୁ ରଂଗ ଦେଇଛି କିଏ,
ଏ ବଇରୀ ମନକୁ ବୁଝେଇ ଦେଇଛି କିଏ,
ସଂଜ ଦୀପର ଚଇତି ପ୍ରୀତି,
କେବେ ଭାବି ଦେଖିଛ କି, ଦୀପର ଯେ କି ଅଳି ।
ତୋତେ ବି ଊଷା ଜହ୍ନ ଦିଶୁଛି କି, ଭଶା ବଉଦରେ ଊଷା ଜହ୍ନର କି ଯେ ଅଳି ।
No comments yet.