ମନେ ପଡେ କିଛି ପୁରୁଣା କଥା
ମନ ଆକାଶେ ଆକିଂ ଦେଇଥିଲି ତୋର ନାଁ
ପୁରୁଣା ଛନ୍ଦର ସେଇ ଗୀତ
ଯେମିତି ପାହାଁତା ସକାଳର କାକର ଆଉ ଶିତ ।
ମନେ ପଡେ କିଛି ହଜିଲା ସ୍ମୃତି
ଆଶା ସବୁ ଯେମିତି କୃଷ୍ନଚୁଡା ର ନାଆ
ଛାଇ ଆଲୁଅ ର ମିଛି ମିଛି କା ଖେଳ
ଭାବନା ମୁଲକେ ହଜି ଥିଲା ତାର ।
ମନେ ପଡେ ଆଜି ତା’ର ନାଁ
ମନ ଉଡି ଚାଲେ ପକ୍ଷି ରାଇଜର ଖୋଜି ଠିକଣା
ବର୍ଶା ଓଦା ମେଘେ
ମନ ଯାଏ ପୁଣି ଲୁଚି ସେଇ ଅଭିମାନ ଭରା ବାଦଲେ ।
ଫେରି ଆସିବ କି ସବୁ
ପୁରୁଣା ସ୍ମୃତି ସବୁ ଆଗାମି ମୁର୍ହୂତ୍ତେ
ପ୍ରୀତିଭରା ଅବିର ବୋଳି ଆଖି ଦୁଇ ଓଦା ହେଇ ଯାଏ ।
ଫେରି ଆଣି ପାରିବ କି ସେଇ ଊତୁ
ଆଶାଢେ ଫଗୁଣ ର ବାସ୍ନା
ତୁମେ ନାହଁ ଯଦି ଏ ଗୋଲାପି ବେଳାରେ
ତେବେ କାହିଁକି ଏ ସହରକୁ ଭୁଲି ହୁଏନା ।
No comments yet.