କିଛି ମୁହୂର୍ତ !!!

/, Moments Captured, Quite Moments/କିଛି ମୁହୂର୍ତ !!!

ଆଖିର ସେ ସ୍ମଋତି ଭିଜିଗଲା ଆଜି
ତୁମ ଅନୁରାଗେ ଆଦ୍ର
ଗୋପନ ମୁହୁର୍ତଟେ ସାଜି |

କିଛି ଆଲୁଅର ଭାଷା
ବୁକୁରେ ସାଇତା
ନୀଳ ଆକାଶର ବିହଗଂମପରି
କେତୋଟି ବିରହ ମୁହୂର୍ତ ଆଜି |

ସବୁ ପ୍ରାପ୍ତି ଅପ୍ରାପ୍ତି ଭିତରେ
ଉକି୍ଂମାରୁ ଥାଏ
ଲୁକ୍କାୟିତ ଅଭିମାନ ଆବେଗରେ
କେତୋଟି ଗୋପନ ମୁହୂର୍ତ ଆଜି |

ରୁଣ୍ ଝୁନ୍ ଚୁଡି ପରି
ପାଉଁଜି ଶବଦ ଭଳି
ବାରଂବାର ଭାଗ୍ଗଂୁଥାଏ ଅଳସ
କେତୋଟି ମୁହୂର୍ତ ଆଜି |

କିଛି ଅନ୍ଧାରର ଆଶାରେ
କିଛି ମରିବାର ନିଶାରେ
କିନ୍ଚିତ ବନ୍ଚିବାର ବିପାଶାରେ
ମହକି ଯାଉ
କେତୋଟି ମୁହୂର୍ତ ଆଜି |

ଅଭିମାନେ ଏରୁନ୍ଡି ବନ୍ଧ
ଡେଇଁ ଯାଇ ପାରିବକି
କେତୋଟି ମୁହୂର୍ତ ଆଜି ?
ହଁ, ଆକଶ ଆଜି ମେଘଭରା
ତୁମ ହ୍ଋଦର ପଣତର
ମହମହ ଆଦ୍ର ବାସ୍ନାରେ |

No comments yet.

Leave a comment

Your email address will not be published.