ଏଇ ଗୋଧୂଳି ବେଳାରେ
ମନେ ପଡେ ତୁମ କଥା,
ଅଭୁଲା ସ୍ମ୍ଋତିର ରେଖା
ହଁ, ଧୂସର ପ୍ରୀତିର କିଛି
ଅନାବନା ଗାର ଅକାଂ |
ରଗଂ ଅଛି, ତୁଳି ଅଛି
ଜୀବନ ଲୋଡା
ଆଉ ଲୋଡା ଭୁଲା ଅଭୁଲା
ନିରୋଳା ନିର୍ଜନ ମୂହୁର୍ତ୍ତ ସବୁ
ତୁମ ପରଶେ ବୋଳା |
ସଫେଦ୍ କାନଭାସ୍ ର ଚଉହଦିରୁ
ତୁମ ପହଁଚ ଅନେକ ଦୂର,
ମୋ’ ବୁକୁର ପ୍ରତିଟି କୋହକୁ
ଆଉ ପଚାର ଆଖିରୁ ଝରୁଥିବା
ଲୁହର ଏକଶିରା ଧାରାକୁ |
ସେଇ ନିଃଶବ୍ଦ ସଂଧ୍ୟାରେ
ଥାପି ଦେଇଥିଲି ମୋ ଆବେଗକୁ
ତୁମ ଅଧରର ରକ୍ତିମ ଲାଭାରେ,
କି ସମର୍ପଣ ଥିଲା
ତୁମ ବର୍ଣୀଳ ଅଭିନୟରେ ?
ଓଠର ପ୍ରତିଟି ନିର୍ଜୀବ ଭାଗଂରେ
ମୁଁ ଖୋଜେ
ହଜା ବସନ୍ତର କମନିୟ ଛୁଆଁ,
ଓଠ ଚିପି ଝରି ଯାଉଥିବା
ଅନ୍ତରର ଆଦ୍ର ଭାଷା ସବୁ |
ଆଖିର କୋଣ ଅନୁକୋଣେ
ସାଗରର ନୀଳିମା ଜୁଆର
ଲାଁଉଟି ନିଏ ଅବାଧ ପ୍ରୀତିର ଅଧାଲେଖା ଗାର
ଆଉ ଦେଇଯାଏ
ଚୋରାବାଲି ପରି ଅଭିଶପ୍ତ ହ୍ରୂଦୟ |
ଏ’ ମନର ଆଇନା
କାହାକୁ ନା ନିଜର କରି ପାରିଲା
ନା କାହାର ହୋଇ ପାରିଲା,
ଅଭୁଲା ସ୍ମ୍ଋତିର ରେଖା
ଧୂଶର ପ୍ରୀତିର କିଛି
ଅନାବନା ଗାର ଅକାଂ |
No comments yet.