ଜହ୍ନ ମୋର ରାଗିଚି କି
ନା ଜୋଛନା ଅଳି ଅଛି,
ନା ତାରା ସାଂଗେ ଖେଳୁଚି ସେ ଆଜି ।
କେମିତି ବୁଝେଇବି ମୁଁ ମୋ ଜହ୍ନକୁ
ନା ଦେଖେ ମୋ ବେଦନା,
ନା ବୁଝେନା ମୋର ମନକୁ ।
ମନର ଡୋର ମୋର ତୁମ ସାଂଗେ
ଗୁଡି ପରି ଉଡି ଯାଏ ଦୁର ଆକାଶେ,
ପବନ ମୋ ମନ ଡୋରକି ତୁମ ହାତେ !!!
ଗୋଧୁଳି ସକାଳ ସିକତା ଯାଏଁ
ଭିଜିଚି ସବୁ ଶିଶିର ଅପେକ୍ଷାରେ,
ଶିଶିର ବୁନ୍ଦା ଯାହା ଆଖି କୋଣରେ
ପାହାଁନ୍ତି ସକାଳେ କଅଁଳ ଦୁବରେ,
ବାଦଲ ମେଘ ସବୁ ବିତି ଯାଏ
ଫଗୁଣ ଆଶାଢ ଆଶାରେ ।
ଏମିତି ହେଉ ଆଜି ଏ ରାତି
ଏ ରାତି ନା କଟୁ ମୋଟେ,
ନା ସକାଳର ଅପେକ୍ଷା ମୋତେ ।
ଜୋଛନାକୁ ଖୋଜେ ନୀଳ କଇଁ
ବୁଝେନା ଅଝଟ ଲହରି କିଆଁ,
ମୁଦି ହେଇ ରହି ଯାଏ ରାତି ପଣତେ ।
ଜହ୍ନ ମୋ ରାଗିଚି କି ଆଜି
ବାଦଲରେ ଯାଇଛି କି ଲୁଚି,
ହସୁଚି ନା ମୋତେ ଦେଖୁଚି !!!
No comments yet.