ତୋ ଭରଶାରେ ଛାଡି ଦେଇଛି
ଏ ଜୀବନ ଗୁଡିର ନଟେଇ ସୁତା,
ତୋର ଝିଲ୍ମିଲ୍ ହସ ଆଲୁଅରେ
ହେଉଥିଲା ମୋ ସକାଳ ମୋର,
ତୁ ଯେ ଥିଲୁ ମୋ ସକାଳର ଶିଶିର
ଆଉ ଗୋଧୂଳି ପାରାର ନୀଡ ।।।
ତୁ କିଛି କହିଗଲୁ, ଆଉ ମୁଁ ସୁଚିଲି
ଉଆଁସ ସନ୍ଧ୍ୟାର ଲିଭିଯାଇ ଥିବା ଦୀପାଳି ପରି,
ତୁ ଯେ ମାନିନୀ, ତୋ ମାନ ଲାଗି ମୁଁ ଯେ ଶରତ ଯାମିନୀ ।।।
ଅଦୁର ସବ୍ଦ ସବୁ, ଭୁଲିଯା ସବୁ,
ଲାଜେଇ ଯାଉ ସମ୍ପର୍କ ସବୁ,
ତୋ ପଣତ ଓଢେଇ ଦେଉ ଅଭିମାନ ସବୁ,
ରଂଗ ସଂଗେ ଲୁଚକାଳି,
ତ ମୋ ଦେହରେ ବୋଳା,
ତୋ ଗୋଲାପି ବାସ
ରହି ଯାଇଛି ମୋ ନିଶ୍ଵାସ ଭରା ।।।
ତୁ କିଛି କହିଗଲୁ, ଆଉ ମୁଁ ସୁଚିଲି
ଉଆଁସ ସନ୍ଧ୍ୟାର ଲିଭିଯାଇ ଥିବା ଦୀପାଳି ପରି,
ତୁ ଯେ ମାନିନୀ, ତୋ ମାନ ଲାଗି ମୁଁ ଯେ ଶରତ ଯାମିନୀ ।।।
No comments yet.