ତୋ ବିନା

/, Moments Captured, Quite Moments/ତୋ ବିନା

ଏ ସମୟ ବିତିଗଲା… ତୋ ବିନା
ଆଉ ଏକ ଦିନ ସରେ… ତୋ ବିନା
ଆଗକୁ ବଢିଗଲା ମୋ ରାସ୍ତା ଯେବେ ମନ ହାରିଗଲା…ତୋ ବିନା
ସକାଳ ଦିଶେ ଏବେ ସଞ୍ଜଠାରୁ ବି ଧୂଆଁ
ତତେ ଭୁଲିବାର ଖୋଜେ ବାହାନା
ତୋ ସାଥିରେ ଦିନ ସବୁ ଚାଲିଗଲେ ମୋ ସାଥିରେ ମିଶିବାକୁ ସତେ ଭୁଲିଗଲେ
ଖାଲି ହାତରେ ମେଘ ଫେରିଗଲା କେତେ କଥା ଥିଲା ହେଲେ
ବାକି ରହିଗଲା ତୋ ବିନା.. ତୋ ବିନା.. ତୋ ବିନା |

ମୁ ଚାହିଁ ରହିଛି ହେଲେ ତୋ ଖବର ଆସିଲା ନାହିଁ
ସଞ୍ଜ ପକ୍ଷୀ ଫେରିଆସିଲେ ହେଲେ ମୋ ପାଇଁ ନିରାଶ ହୋଇ
ସାଥି ହୋଇ ଚାଲିବାର ଥିଲା ଯୋଉଠି ହାତ ଛାଡି ଗଲୁ ତୁ ସେଠି
ବଞ୍ଚିବାର ମାନେ ମୋ ପାଇଁ ନିଶ୍ୱାସ ନେବା ବାକି ରହିଲା ଯେମିତି
ତୋ ସାଥିରେ ଦିନ ସବୁ ଚାଲିଗଲେ ମୋ ସାଥିରେ ମିଶିବାକୁ ସତେ ଭୁଲିଗଲେ
ଖାଲି ହାତରେ ମେଘ ଫେରିଗଲା କେତେ କଥା ଥିଲା ହେଲେ
ବାକି ରହିଗଲା ତୋ ବିନା ତୋ ବିନା ତୋ ବିନା …

ପାଦଦୁଇ ବଢିଚାଲେ ଆଗକୁ ଆଗକୁ
ଜାଣେନାହିଁ ଖୋଜି ବୁଲେ କୋଉ ସ୍ୱପ୍ନକୁ
ଲଗାଇ ପରସ ପଲକ-ରେ ହଜିଯାଏ କୋଉ ଅଜଣା ଦେଶରେ
ଅଜାଣତେ ଝରିଯାଏ କେତେ ଯେ ଲୁହ, ଅଜାଣତେ ଭରିଯାଏ କେତେ ଯେ କୋହ
ଅବୁଝା ଏ ମନ କିଛି ବୁଝେ ନାହିଁ ବସିଥାଏ ହୃଦୟରେ ନିରୀହ ହୋଇ
ତୋ ସାଥିରେ ଦିନ ସବୁ ଚାଲିଗଲେ ମୋ ସାଥିରେ ମିଶିବାକୁ ସତେ ଭୁଲିଗଲେ
ଖାଲି ହାତରେ ମେଘ ଫେରିଗଲା କେତେ କଥା ଥିଲା ହେଲେ
ବାକି ରହିଗଲା ତୋ ବିନା ତୋ ବିନା ତୋ ବିନା ..

No comments yet.

Leave a comment

Your email address will not be published.