କାହିଁକି କେଜାଣି ୟେ ମନ୍ଦୀରଟା
ଲାଗେ ନିଜର ପରି,
ମଶିହା ପିଣ୍ଡା ଆଉ ସଦ୍ୟ ସବୁଜ ଶିଉଳି
ଲାଗେ ସବୁ ନିଜର ବୋଲି |
ନଇଁ ପଡିଥିବା ଗଂଗଶିଉଳି ଡାଳେ
ନାହିଁତ ରାତିର ସୋହାଗ,
ସପ୍ନ୍ୱ ରାଇଜର ନାରଗିଂ ରଂଗ
କି ଯୋଛନାର ସଫେଦ୍ ଆଲୋକ |
ସକାଳ ଶିଶିରେ ସିକ୍ତ ଦୁର୍ବ
ଆଉ ଗଂଗଶିଉଳିର ବାସି ଫୁଲ ଆଲିଂଗନ,
କେହିତ ଦେଖନ୍ତି ନାହିଁ
ଦୁବ ସିନା ଯାଏ ପୂଜା ଥାଳକୁ
ଫୁଲ ଏକା ରହି ଯାଏ |
ତୁଳସି ଚଉରେ ସନ୍ଜ ଦୀପ
ସହ ଚଇତି ଖେଳେ ଲୁଚକାଳି,
ଦୀପର ଆଲୁଅ ସଭିକଂର ପ୍ରୀୟ
ଚଇତି ଯେ କଳକିଂତ ଅଲୋଡା ଅପ୍ରୀୟ |
ୟାରି ହତାରେ ହାତ ଧରି ତୁମ
କଥା ଦେଇଥିଲି ଜୀବନ ସାରା ଯେ ତୁମରି,
କଥାର ମୂଲ କିଛି ନାହିଁ ବୋଲି
ଚଇତି ପବନ ବାସି ଫୁଲ
ସବୁରୁ ଯନମ ମୋ’ରି ||
No comments yet.