ଲୁଚା କଥା ଶୁଣିବ କିଛି,
ମନ କହେ ପାଖେ ବସ ଆଜି.
ଗୋଟେ ଆଖିରେ ବଦମାସୀ ଭରି,
ଆର ଆଖି ଢଳା ବାଦଲ ପରି…
ଦୁଇ ଆଖିର ଚମକ ଦେଖି
ଚୋରେଇ ନେଇଚି କ୍ଷଣ କିଛି |
କଣ ନେଲି?
ହସ ନେଲି…
କୋଉ ହସ?
ଚୋରା ହସ…
ଚୋର କିଏ?
ଏଇ ଋତୁ…
ଶରତ ର ଶିଶିର ବିନ୍ଦୁ,
ବିନ୍ଦୁରେ ଓଦା ଯୋଡିଏ ଆଖି |
ଶ୍ରାବଣର ସେ ଝୁମା ସନ୍ଧ୍ୟା,
ଚୁମି ଯାଏ ଅଧର ଦୁଇ.
ତୋ ପ୍ରେମରେ ଓଦା ହେଇ,
ପାଗଳ ପରି ଝୁମେ ନଈ…
କେବେ ସେ ସାଗରର ହେବ,
ଲହରୀରେ ସେ ହଜି ଯିବ|
ଯାଇଚି ହଜି ମନ ଆଜି…
ସେ ଆଖିର ବଦମାସି ରେ,
ପଣତର ଢଳା ବାଦଲରେ…
ଶୁଣେ ଆସି ପାଖେ ବସି,
ଲୁଚା କଥା କହିବି କିଛି |
No comments yet.