କେତେ ଭସା ବାଦଲ ଚାଲି ଗଲେ
ମୋ ପାଖ ଦେଇ,
ଆତୁରେ ଚାହିଁ ରହେ
ହେଲେ ମୁଁ ସେ ବରସିବା ମେଘର ଆଶାରେ |
ଦୀଗରୁ ଦୀଗନ୍ତ କେତେ ବାଟ ଚାଲେ
ସେ ଜହ୍ନ ରାତି ସାରା,
ଥମି ଯିବୁ ଟିକେ ମୋ ତାରା ପାଖରେ
ଦେଖିବି ମୁଁ ତା ହସଭରା ଓଠ ତୋ କଅଁଳ ଆଲୁଏ |
ଆକାଶ ବୁକୁରେ ଖେଳି ଲୁଚକାଳି
ଶରତ ଶଶିରେ ଭିଯା ବାଲି ପରି,
ସୁନେଲି ଜରି ସାଢିରେ ଝିଲ୍ ମିଲ୍ ମୋ ଦୁନିଆ
ହଜି ଯାଇଚି ସବୁ ଆଶା ସେଇ ଶୂନ୍ୟ ଚିତ୍ରକଳ୍ପେ |
ବାଦଲ ଜହ୍ନର ସୋହାଗ
ବା ନିଦ ଆଉ ସପନର ନିବିଡ ସମ୍ପର୍କ
ଜହ୍ନି ଫୁଲ ରାତ୍ରୀର ଅକାଳ ବୀୟୋଗ
ଅସରନ୍ତୀ ସୋହାଗ ଆଉ ଭଲପାଇବାର,
ପନ୍ତି ସବୁ ବାକ୍ୟ ହୋଇ ବହି ଚାଲେ ଦୁରେ
ଅନ୍ଧାର ଯାହା ଜମାଟ ବାନ୍ଧେ ତୁମେ ଗଲା ପରେ |
No comments yet.